Odisha Link
Bridging the Missing Links in Odisha

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଦିଲ୍ଲୀର ଏକ କାରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡ଼ଇଛି। ନାଗଲୋଇ ଅଞ୍ଚଳ ନରେଶ ପାର୍କର ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡ ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.