Odisha Link
Bridging the Missing Links in Odisha

ଚାଷୀଙ୍କ ନାଁରେ ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ

ସୁବର୍ଣ୍ଣପୁର: ପୁଣି ସାମ୍ନାକୁ ଆସିଛି ଜିଏସ୍‌ଟି ଠକେଇ ମାମଲା। ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି।ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି।

ନବୀନ ବାଗ ଋଣ କରିବା ପାଇଁ ୮ ମାସ ତଳେ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ। ପରେ ସାଲେପାଲି ଗାଁରେ ବାଗ୍ ଏଣ୍ଡ ବାଗ୍ ନାଁରେ ଏକ କମ୍ପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍‌ଟି ଅଫିସ ଜାଣିବାକୁ ପାଇଥିଲା। ଏହାପରେ ଜିଏସ୍‌ଟି ଅଧିକାରୀମାନେ ଆସି ଚଢ଼ଉ କରିବା ସହ ନବୀନ ବାଗଙ୍କୁ ସମନ କରିଥିଲେ।

ଏହି ମାମଲାରେ ନବୀନ ବାଗ ରାମପୁର ଥାନାକୁ ଯାଇ ତାଙ୍କୁ ଫସା ଯାଇଥିବା ନେଇ ଅଭିଯୋଗ କରିଛନ୍ତି। ନବୀନ ବାଗ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି।

 

 

 

Comments are closed.