ବନ୍ଧୁକ ମୁନରେ ଲୁଟିନେଲେ ଦେଢ ଲକ୍ଷ ଟଙ୍କା

ଚୌଦ୍ବାର: ବନ୍ଧୁକ ମୁନରେ କଟକ ଜିଲ୍ଲାର ଚୌଦ୍ବାରରେ ଥିବା ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲୁଟ କରିଛନ୍ତି ଦୁର୍ବୃତ। ବ୍ୟାଙ୍କର ୨ଜଣ କ୍ଷେତ୍ରକର୍ମଚାରୀ ଟାଙ୍ଗୀ ଥାନା ନପଙ୍ଗ ଅଞ୍ଚଳରୁ ଅର୍ଥ ସଂଗ୍ରହ କରି ଫେରୁଥିବା ସମୟରେ ଏହି ଲୁଟ୍ ହୋଇଥିଲା । ଦୁର୍ବୃତ ମାନେ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ସୂଚନାଅନୁସାରେ, ବାଇକ ଚଲାଉଥିବା ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚୌଦ୍ବାର ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ।
ପରେ ଖବର ପାଇ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଥାନାକୁ ସୂଚନା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଚୌଦ୍ବାରରେ ଥିବା ଉଜ୍ଜୀବନ ବ୍ୟାଙ୍କର କ୍ଷେତ୍ର କର୍ମଚାରୀମାନଙ୍କଠୁ ଗତ ଏକ ବର୍ଷ ମଧ୍ୟରେ ବାରମ୍ବାର ଏଭଳି ଟଙ୍କା ଲୁଟ୍ ଅଭିଯୋଗ ହୋଇ ଆସିଛି।