Odisha Link
Bridging the Missing Links in Odisha

ପରଲୋକରେ ସିରାଜଙ୍କ ବାପା, ଭାବବିହ୍ବଳ ହୋଇ କହିଲେ-ମୁଁ ତାଙ୍କ…

ନୂଆଦିଲ୍ଲୀ: ପରଲୋକରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତା ମହମ୍ମଦ ଘୋଷ। ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ଥିବାବେଳେ ଗତକାଲି ତାଙ୍କା ବାପାଙ୍କ ୫୩ ବର୍ଷ ବୟସରେ ନିଧନ ହୋଇଛି। ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ସିରାଜ ଭାଙ୍ଗି ପଡ଼ିଛନ୍ତି। ହେଲେ ଏବେ ସେ ଦଳସହ ସଙ୍ଗରୋଧରେ ରହିଥିବାରୁ ତାଙ୍କ ବାପାଙ୍କ ଶେଷ ଦର୍ଶନ କରିବା ଓ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାରୁ ବଞ୍ଚିତ ହୋଇଛନ୍ତି।

୨୬ ବର୍ଷିୟ ସିରାଜ ଗତକାଲି ଭାରତୀୟ ଦଳ ସହ ଅଭ୍ୟାସ୍‌ କରି ଫେରିବା ପରେ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ। ସେ କହିଛନ୍ତି, ବାପାଙ୍କ ମୃତ୍ୟୁ ଖବର ମୋତେ ଚକିତ କରି ଦେଇଛି। ଏହା ମୋ’ ଜୀବନର ସବୁଠୁ ବଡ଼କ୍ଷତି। ବାପାଙ୍କ ସ୍ୱପ୍ନ ଥିଲା ମୁଁ ଭାରତ ପାଇଁ ଖେଳେ, ଦେଶକୁ ଗର୍ବିତ କରେ। ମୁଁ ତାଙ୍କ ସ୍ୱପ୍ନ ପୂରଣ କରିଛି। ମୋ’କ୍ୟାରିୟର ପାଇଁ ସେ ଅଟୋ ଚଲାଇବାକୁ ପଛାଇନ ଥିଲେ।

ସେ ଆହୁରି କହିଛନ୍ତି ଯେ, ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ବାପାଙ୍କ ମୃତ୍ୟୁ ଖବର ପାଇଛନ୍ତି। ଉଭୟ ମୋତେ ଏଭଳି କଠିନ ସମୟରେ ଦୃଢ଼ ରହିବାକୁ ପରାମର୍ଶ ଦେଇଛନ୍ତି।’

Comments are closed.