କୋଇଲା ଖଣିରେ ସୁରକ୍ଷା କର୍ମୀଙ୍କ ହୃଦଘାତରେ ମୃତ୍ୟୁ

ଅନଗୁଳ: ଆଜି ସକାଳେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଅନଗୁଳ ଜିଲ୍ଲାର ତାଳଚେର ଭରତପୁର କୋଇଲା ଖଣିର ଘଟିଛି। ସୁରକ୍ଷା କର୍ମୀଙ୍କର ନାମକ ବିଜୟ ଚୌହାନ। ଆଜି ସକାଳେ ଭରତପୁର କୋଇଲା ଖଣିରେ କାର୍ଯ୍ୟରତ ସମୟରେ ସେ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ବିଜୟ ଚୌହାନ ବହୁ ବର୍ଷ ହେବ ତାଳଚେର ଅଞ୍ଚଳରେ ରହି ଆସୁଛନ୍ତି। ବିଜୟ ଏକ ଚୌକିରେ ବସି ଡିଉଟି କରୁଥିବା ବେଳେ ହଠାତ ମୂର୍ଚ୍ଛା ହୋଇ ପଡ଼ିଥିଲେ।
କିଛି ସମୟ ପରେ ତାଙ୍କ ସହଯୋଗୀ ଆସି ଦେଖିବା ପରେ ଜଣା ପଡ଼ିଥିଲା ଯେ ସୁରକ୍ଷାକର୍ମୀ ବିଜୟଙ୍କର ମୃତ୍ୟୁ ହୋଇଛି। ପାଖରେ କାର୍ଯ୍ୟ କରୁଥିବା ସମସ୍ତ ସୁରକ୍ଷା କର୍ମୀ କ୍ଷତିପୂରଣ ଦାବି କରି କାର୍ଯ୍ୟ ବନ୍ଦ କରିଛନ୍ତି। ବିଜୟଙ୍କ ଘର ବାହାର ରାଜ୍ୟରେ ବୋଲି ସୂଚନା ମିଳିଛି।