Odisha Link
Bridging the Missing Links in Odisha

ଧଉଳି ଥାନା ଏଏସ୍‌ଆଇ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ପଡ଼ିଲେ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ। ସେ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଥିଲେ।  ତାଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିଲା ।

କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ତାଙ୍କର ସ୍ଥାବରଓ ଅସ୍ଥାବର ସମ୍ପତ୍ତିକୁ ପୋଲିସ ଯାଞ୍ଚ କରିଛି । ତାଙ୍କୁ ସସ୍‌ପେଣ୍ଡ କରାଯିବବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବୁଧବାର ଦିନ ଧଉଳି ଥାନା ଅଧିନରେ ଥିବା ଜୟପୁର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ୨ ପକ୍ଷ ହାତାହାତି ହୋଇଥିଲେ । ଗାଁର ପ୍ରଶାନ୍ତ କୁମାର ସାହୁଓ ତାଙ୍କ ବାପାଙ୍କ ନାଁରେ କିଛି ଲୋକ ଥାନାରେ ଏତଲା ଦେଇଥିଲେ । ମାମଲା ରୁଜୁ ନକରିବା ପାଇଁ ପ୍ରଶାନ୍ତଙ୍କ ଠାରୁ ଏଏସଆଇ ୧୫ ଶହ ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା ।

 

Comments are closed.