Odisha Link
Bridging the Missing Links in Odisha

୧୫ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ

ସାନଖେମୁଣ୍ଡି : ଆଜି ଜଙ୍ଗଲରେ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛିି। ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଛଣବଗଡ ଗାଁର ସାଇବାଣୀ ମଲ୍ଲିକ। ସେ ଦିର୍ଘ ୧୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ। ଗ୍ରାମବାସୀ ମାନେ ଜଙ୍ଗଲରେ ପୋତାହୋଇଥିବା ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ।

ଖବର ଅନୁଯାୟୀ, ଗତ ୧୦ ତାରିଖରେ ନୂଆବନ୍ଧପଲ୍ଲୀ ଗାଁର ସାଇବାଣୀଙ୍କ ଝିଆରୀ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ । କିନ୍ତୁ ଘର ଖୋଲା ଥିଲା , ଏବଂ ପିଉସୀଙ୍କର କୌଣସି ପତ୍ତା ମିଳିନଥିଲା ।

ସାହି ପଡିଶା ପଚାରିବାରୁ , ସେମାନେ କିଛି ଜାଣିନଥିବା କହିଥିଲେ । ଶେଷରେ ଥାନାରେ ଏତଲା ଦିଆଯାଇଥିଲା । ଦିଗପହଣ୍ଡି ଥାନା ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଘଟଣାର ତଦନ୍ତ କରୁଥିବା ସମୟରେ ଦିଗପହଣ୍ଡି ଥାନା ଅଧିକାରୀ ଗାଁର କିଛି ଯୁବକଙ୍କୁ ସନ୍ଦେହଘେରରେ ଉଠାଇ ଆଣି ପଚରାଉଚାର କରିବାରୁ ରହସ୍ୟଜନକ ଘଟଣାକୁ ଉପରୁ ପରଦା ହଟିଥିଲା । ଘଟଣା ପଛରେ ଛପି ରହିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା ।

Comments are closed.