ନଦୀରେ ବୁଡ଼ି ୨ବର୍ଷର ଶିଶୁ ପୁତ୍ର ମୃତ

ଦଶରଥପୁର: ନଦୀରେ ବୁଡ଼ି ଦୁଇ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। ନିଜ ଘର ପାଖରେ ଥିବା କାଣୀ ନଦୀରେ ବୁଡ଼ିଯିବାରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣାଟି ମଙ୍ଗଳପୁର ଥାନା କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ଗ୍ରାମରେ ଘଟିଛି।
ମୃତକ ହେଲେ ରମେଶ ଦାସଙ୍କ ପୁଅ ସାଇ ଦାସ। ଘର ଲୋକ ତାକୁ ପ୍ରଥମେ ଅହିୟାସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସେଠାରୁ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି। ଶିଶୁଟି ଖେଳୁଥିଲା ବେଳେ ବୁଡ଼ି ଯାଇଥିବା ଜଣାପଡିଛି।