Odisha Link
Bridging the Missing Links in Odisha

ପରଲୋକରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ

ଭୁବନେଶ୍ବର: ପରଲୋକରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ। ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି।

ସୂଚନାଯୋଗ୍ୟ, ନଭେମ୍ବର ୧ରୁ ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି।

ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଶୀଳା ଦେବୀ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା ଥିଲେ। ଭଗବାନ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଆଜି ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ତାଙ୍କ ମୃତଦେହ ଅଣାଯିବ। ଏହାପରେ ସେଠାରୁ ପୁରୀ ନିଆଯାଇ ତାଙ୍କୁ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି। କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

Comments are closed.