Odisha Link
Bridging the Missing Links in Odisha

ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଜେଲ ଦଣ୍ଡ କିମ୍ବା ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର: ଏବେ ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଜେଲ ସହ ଦେବାକୁ ପଡ଼ିବା ଜରିମାନା। ଏହା ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି।ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି।

ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ। ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ।

Comments are closed.