ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଫରେଷ୍ଟର ନିଲମ୍ବିତ

ରାଉରକେଲା: ଲାଞ୍ଚ ନେବା ପଡ଼ିଳା ମହଙ୍ଗା। ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୀ ଫରେଷ୍ଟର ବିଜୟ କୁମାର କୋଠି ନିଲମ୍ବିତ ହୋଇଛନ୍ତି। ରାଉରକେଲା ଡି ଏଫ ଓ ସଞ୍ଜୟ କୁମାର ସ୍ବାଇଁ ତାଙ୍କୁ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ, ଏକ ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଫରେଷ୍ଟର ବିଜୟ କୁମାର କୋଠି ଗିରଫ ହୋଇଥିଲେ।