ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଗିରିଷ କୁମାରଙ୍କ ଆଦର୍ଶପଡାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏହା ସହିତ ଭିଜିଲାନ୍ସ ଟିମ୍ ଦେଓଗାଁ ବ୍ଲକ ଅଫିସରେ ମଧ୍ୟ ଖୋଲତାଡ କରୁଛନ୍ତି। ସମ୍ୱଲପୁର, ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ଭିଜିଲାନ୍ସ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ ଘର, ଜାଗାବାଡି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ସବୁକୁ ନେଇ ସଂପତ୍ତିର ଆକଳନ କରୁଛନ୍ତି। ଚଢ଼ାଉ ସମୟରେ ଗିରିଷଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ କିଛି ସୁନା ଅଳଙ୍କାର ମିଳିଥିବା ଜଣାଯାଇଛି।
ସବୁକିଛିର ଆକଳନ କରିବା ପରେ କେତେ ଆୟ ବର୍ହିଭୁତ ସଂପତ୍ତି ରହିଛି ଜଣା ପଡିବ ବୋଲି କହିଛନ୍ତି ବଲାଙ୍ଗିର ଭିଜିଲାନସ ଡି.ଏସ.ପି। ଅନ୍ୟପଟେ କୌଣସି ଆୟବର୍ହିଭୁତ ସଂପତ୍ତି ନାହିଁ। ୨୫ ବର୍ଷର ଚାକିରି କାଳ ମଧ୍ୟରେ ଘର ଖଣ୍ଡେ କରିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ର।