Odisha Link
Bridging the Missing Links in Odisha

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।

ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ଅନୁମତି ପ୍ରସ୍ତାବ ଦିଆଯାଇଛି। ଅନ୍ୟ ରାଜ୍ୟ ପାଇଁ ମଧ୍ୟ ୨ୟ ଏମ୍ସ ପ୍ରସ୍ତାବ ବିଚାରାଧୀନ ରହିଛି। ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ ବିଚାର ହେଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଚିଠିରେ ମୁଖ୍ୟ ଶାସନସଚିବ ‌ଲେଖିଛନ୍ତି ଯେ, ବିହାରରେ ଦ୍ବିତୀୟ ଏମ୍ସ ହେବା ସହ ଅନ୍ୟ ରାଜ୍ୟରେ ଦ୍ବିତୀୟ ଏମ୍ସ ତିଆରି ପ୍ରସ୍ତାବ ବିଚାରଧୀନ ରହିଛି। ତେଣୁ ଓଡ଼ିଶ‌ାରେ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା କଥା ବିଚାର ହେଉ। ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ।

ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ ଏନଟିପିସି ସହଭାଗିତାରେ ୫୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଠାରେ ୧୦୦ ଏମବିବିଏସ ଛାତ୍ର-ଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଥିବା ସହ ରେଳ ଏବଂ ବିମାନ ଯୋଗାଯୋଗ ସୁବିଧା ରହିଛି ବୋଲି ସେ ଲେଖିଛନ୍ତି। ଏ ସବୁ ସୁବିଧ‌ା ଥିବା କଥା କହି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Comments are closed.