Odisha Link
Bridging the Missing Links in Odisha

ଆସିଲା ନୂଆ ଟେକ୍ନୋଲୋଜି, ଗର୍ଭବତୀ ମହିଳାଙ୍କୁ ଜଣାପଡିବ ନାହିଁ ପ୍ରସବ ଯନ୍ତ୍ରଣା

ବ୍ରିଟେନ୍ର: ପ୍ରସବ ଯନ୍ତ୍ରଣା କେତେ ଯେ କଷ୍ଟ ଦାୟକ ତାହା ଜଣେ ଗର୍ଭବତୀ ମହିଳା ହିଁ ଅନୁଭବ କରିପାରେ। ଏବେ ଡାକ୍ତରୀ ବିଜ୍ଞାନରେ ଆସିଛି ଏକ ନୂଆ ଟେକ୍ନୋଲୋଜି ଯାହା ଦ୍ବାରା ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ।

ବିଶ୍ୱରେ ବିଜ୍ଞାନର ଦ୍ରୁତ ଅଗ୍ରଗତି ହେଉଛି, ଫଳରେ ଚିକିତ୍ସା ବିଜ୍ଞାନରେ ଅସାଦ୍ଧ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇ ପାରୁଛି। ଏବେ ଗର୍ଭବତୀ ମାନଙ୍କୁ ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତର ମାନେ ଏକ ଗବେଷଣା କରି ସେଥିରେ ଉପନୀତ ହୋଇଛନ୍ତି।

ବ୍ରିଟେନ୍ର ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଏଠାରେ ନ୍ୟାସନାଲ ହେଲଥ୍ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି। ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍ କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ। ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ।

ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା,ପେଙ୍ଗୁଇନ ମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ। ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀ ମାନେ ସଂଗୀତ ମଧ୍ୟ ଶୁଣିପାରିବେ। ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ।

Comments are closed.