Odisha Link
Bridging the Missing Links in Odisha

ଡିସେମ୍ବର ପହିଲାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହୋଇଥିବା ରାଜ୍ୟର ସମସ୍ତ ମେଡିକାଲ କଲେଜ ପୁଣି ଖୋଲିବ। ଡିସେମ୍ବର ପହିଲାରୁ ଖୋଲିବ ସମସ୍ତ ମେଡିକାଲ କଲେଜ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍, ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।

କରୋନା କଟକଣା ସହ ମାର୍ଗଦର୍ଶିକା ମାନି ମେଡିକାଲ କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କଲେଜ ଖୋଲାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ମୁଖ୍ୟମାନଙ୍କୁ ଅବଗତ କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେଡିକାଲ କଲେଜରେ ଶିକ୍ଷାଦାନକୁ ବନ୍ଦ କରିଥିଲେ। ଦୀର୍ଘ ୮ ମାସ ପରେ ମେଡିକାଲ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି।

Comments are closed.