Odisha Link
Bridging the Missing Links in Odisha

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ, ଜଣେ ମୃତ

ଚାନ୍ଦବାଲି: ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି। ମୃତକଙ୍କ ନାମ ଜୟ ପ୍ରକାଶ ସାହୁ ବୋଲି ଜଣାଯାଇଛି।

ବାଇକଟି ଦୃତ ଗତିରେ ଯାଇ ଠିଆ ହୋଇଥିବା ବେଳେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଚାଳକ ଓ ଟ୍ରାକ୍ଟର ଚାଳକ ଗୁରୁତର ଭାବରେ ଆହତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ଉଭୟଙ୍କୁ ଉଦ୍ଧାର କରି ଦମକଳ ଗାଡ଼ି ଯୋଗେ ଭଦ୍ରକ ପଠାଇଥିଲେ।

ସେଠାରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କଟକ ଯିବା ବାଟରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା।

Comments are closed.