Odisha Link
Bridging the Missing Links in Odisha

ଚେନ ଲୁଟେରାଙ୍କୁ କାବୁ କଲେ ଯୁବକ

ଚାନ୍ଦବାଲି: ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଣେ ମହିଳା ନିଜ ଘର ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ତାଙ୍କ ବେକରୁ ସୁନା ଚେନ ଛିଣ୍ତାଇ ନେଇ ଦୁଇ ଯୁବକ ପଳାଇଥିଲେ। ଘଟଣାଟି ଚାନ୍ଦବାଲି-ଭଦ୍ରକ ରାସ୍ତାରେ ଥିବା ମତୋର ଚଷାଖଣ୍ଡ ସ୍କୁଲ ନିକଟରେ ଘଟିଥିଲା।

ମହିଳା ଜଣକ ହେଲେ ଦେବକୀ ବେହେରା। ଏହି ଘଟଣାଟି ଚାନ୍ଦପାଲି ପ୍ରଥମଥର ପାଇଁ ଘଟିଥିଲା। ଏହି ଘଟଣାଟି ପ୍ରଘଟ ହେଲା ପରେ କିଛି ଯୁବ ପଲସର ବାଇକରେ ଥିବା ଲୁଟେରାଙ୍କ ପିଛା କରିଥିଲେ।

ଲୁଟେରାଙ୍କୁ ଚାନ୍ଦବାଲି କାଳୀ ମନ୍ଦିର ନିକଟରେ ଦୁଇଜଣଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି।ଚେନ ଲୁଟ୍ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପାଚି ଗାଡ଼ିରେ ଦୁଇ ଲୁଟେରା ସୁନା ଚେନ ଛିଣ୍ତାଇ ନେଇଥିଲେ।

Comments are closed.