Odisha Link
Bridging the Missing Links in Odisha

୩.୫ କୋଟି ହଡ଼ପ ମସୁଧା: କଂକ୍ରିଟ୍‌ ବଦଳରେ ମୋରମ୍‌ ବିଛାଇବାକୁ ବିଧାୟକଙ୍କ ଚାପ

ବୌଦ୍ଧ: ସରକାର ଲୋକଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ହୋଇଯାଉଛି ବାଟମାରଣ। ବୌଦ୍ଧ ଭଳି ଏକ ପଛୁଆ ଜିଲ୍ଲାରେ ଏଭଳି ଏକାଧିକ ମହାଦୁର୍ନୀତି ସାଧାରଣରେ ଉଦ୍‌ବେଗ ସୃଷ୍ଟି କରୁଛି। ବୌଦ୍ଧ ଜିଲ୍ଲୋ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ବ୍ୟାପକ କ୍ଷୟକ୍ଷିତ ମଧ୍ୟ ହୋଇଆସିଛି। ଗତ ୨୦୧୯ ଅଗଷ୍ଟ ମାସରେ ୧୨ରୁ ୧୪ ତାରିଖ ୩ ଦିନ ଧରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷିତ ହୋଇଥିଲା। ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ସଂଖ୍ୟାଧିକ ରାସ୍ତା ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।ପୋଲଗୁଡ଼ିକ ଭାଙ୍ଗିଥିଲା।

ସେଗୁଡ଼ିକର ମରାମତି ଓ ନୂଆ ରାସ୍ତା ନିର୍ମାଣ କରାୌିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା କ୍ଷୟକ୍ଷିତ ଜନିତ ମରାମତି ଏଫଡିଆରରେ ପ୍ରାୟ ୫ କୋଟିର ଅନୁଦାନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବ୍ଲକ୍‌ ଅଧିକାରୀମାନଙ୍କ ଉଦାସୀନତା କାରଣରୁ ୟୁସି ଓ ଅନ୍ୟାନ୍ୟ ତଥ୍ୟ ପଇଠ କରାନିଯିବାରୁ ମଞ୍ଜୁର ଅନୁଦାନ ରାଶି ବର୍ଷେ ପରେ ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଥିଲା। ଗତ ଜୁନ ମାସରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଡିଆରୀଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶଶଙ୍କ ଶେଖର ଦାଶ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ପହଞ୍ଚାଇଥିଲା। ଫଳରେ ଗତ ଜୁନ୍‌ ୨୬ ତାରିଖ ବୌଦ୍ଧ ଜିଲ୍ଲାକୁ ୪ କୋଟି ୩୯ ଲକ୍ଷ ଏଫ୍‌ ଡିଆର ଅନୁଦାନ ଯୋଗାଇ ଦିଆଯାଇଛି।

ଅନୁଦାନ ହୋଇଥିବା ଟଙ୍କାରୂୁ କଣ୍ଟାମାଳ ବ୍ଲକ୍‌ର ବନ୍ୟା କ୍ଷୟକ୍ଷତିରେ ସର୍ବାଧିକ ୩ କୋଟି ୯୨ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବୌଦ୍ଧ ବ୍ଲକ୍‌ ପାଇଁ ୮ ଲକ୍ଷ ଓ ହରଭଙ୍ଗା ବ୍ଲକ୍‌ ପାଇଁ ୩୯ ଲକ୍ଷ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଥିଲା। ତେବେ ଇତି ମଧ୍ୟରେ ୬ମାସ ଅତିକ୍ରାନ୍ତ କରିଥିବା ବେଳେ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ କାମ ଗୁଡ଼ିକ କରାଯାଉଥିବା ଜଣାଯାଇଛି। ମାତ୍ର କଣ୍ଟାମାଳ ବ୍ଲକରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଇଛି। କହିବାକୁ ଗଲେ କଣ୍ଟାମାଳ ବ୍ଲକରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। କହିବାକୁ ଗଲେ କଣ୍ଟାମାଳ ବ୍ଲକ୍‌ ପାଇଁ ଉଦ୍ଦିଷ୍ଟ ମୋଟ୍‌ ୩ କୋଟି ୯୨ ଲକ୍ଷ ଏଫ‌ଡିଆର ଯଙ୍କାକୁ ଚଳୁ କରିଦେବାକୁ ମସୁଧା କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଏନେଇ ଅନେକ ଦିନରୁ ଟଣାଓଟରା ମଧ୍ୟ ଲାଗି ରହିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଏଫ୍‌ଡିଆର୍‌ ଅନୁଦାନ ଟଙ୍କା ଖର୍ଚ୍ଚ କରାଯିବା ନେଇ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ୧୪ଟି ଗାଇଡଲାଇନ୍‌ ଅନୁଯାୟୀ କରାଯିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ରାସ୍ତାଗୁଡ଼ିକର ସ୍ଥାୟୀ ମରାମତି ବା ନିର୍ମାଣ କାର୍ଯ୍ୟ କରାଯିବାକୁ କୁହାଯାଇଛି। ସ୍ଥାୟୀ କଂକ୍ରିଟ୍‌ କାମ କରାଯିବାକୁ ଏଥିରେ ସ୍ପଷ୍ଟ ସୂଚନା ଦିଆଯାଇଛି। ମାତ୍ର ସରକାରଙ୍କ ଏହି ନିୟମକୁ ଉଲ୍ଲଂଘନ କରି ଟଙ୍କା ଆତ୍ମସାତ କରିବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟନକ ବିଷୟ ଏହି ଘଟଣାରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ରହିଥିବା ହସ୍ତଗତ ତଥ୍ୟରୁ ସ୍ପଷ୍ଟ ହୋଇଛି। ଶ୍ରୀ ରଣା ପ୍ରଶାସନ ଠାରେ ଚାପ ପ୍ରୟୋଗ କରିବାରେ ଅସଫଲ ହେବାପରେ ପଞ୍ଚାୟତିରାଜ ବିଭାଗକୁ ଗାଇଡଲାଇନରେ ପରିବର୍ତ୍ତନ କରିବା ପାଇଁ କହିଛନ୍ତି। ସ୍ଥାୟୀ କଂକ୍ରିଟ୍‌ ରାସ୍ତା ପରିବର୍ତ୍ତେ ରାସ୍ତା ଉନ୍ନୟନ କାମ ଯାହାକି ଏଫ୍‌ଡିଆର ପ୍ରକଳ୍ପଗୁଡ଼ିକର ରାସ୍ତା କାମରେ ବାଲି ମୋରମ୍‌ ବ୍ୟବହାର କରାଯିବାକୁ ଗତ ଜୁଲାଇ ୧୭ ତାରିଖରୁ ଚିଠି କରିଥିବା ଜଣାପଡ଼ିଛି। କେବଳେ ସେତିକି ନୁହେଁ ସେ ଏକପ୍ରକାର ଜିଦରେ ଅଡ଼ିବସିଥିବା ଜଣାପଡ଼ିଛି। ତେବେ ଏହା ପଛରେ ତାଙ୍କର ମୂଳ ଉଦ୍ଦେଶ୍ୟ କଣ ତାହା ଖୋଦ୍‌ ବିଧାୟକ ସ୍ପଷ୍ଟ କରିପାରିବେ। ଉକ୍ତ ଚିଠିକୁ କେନ୍ଦ୍ରକରି ବର୍ତ୍ତମାନ ବିରୋଧୀ ଦଳ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି।

Comments are closed.