Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍ସରେ ମେଡିକାଲ ପାଠ୍ୟକ୍ରମ ସିଟ୍ ବୃଦ୍ଧି ପାଇଁ ରାଜ୍ୟ ବିଜେପିର କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର: ଭୁବନେଶ୍ୱତ ସ୍ଥିତ ଏମ୍ସ ମେଡିକାଲ କଲେଜରେ ଚଳିତ ବର୍ଷ ଏମବିବିଏସ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୧୦୦ରୁ ୧୨୫କୁ, ନର୍ସିଂ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୬୦ରୁ ୭୫କୁ ଏବଂ ପାରାମେଡିକାଲ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୩୫ରୁ ୪୬କୁ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଥିବା ଆନ୍ତରିକତା କାରଣରୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ଓ ଡାକ୍ତରଖାନାର ଭିତ୍ତିଭୂମି, ଆବଶ୍ୟକୀୟ ଉନ୍ନତମାନର ଯନ୍ତ୍ରପାତି, ଅତ୍ୟାଧୁନିକ ଜ୍ଞାନକୈାଶଳ ସହ ପାଠ୍ୟକ୍ରମ ପାଇଁ ଏହି ସିଟ୍ ବୃଦ୍ଧି ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ସ୍ୱାଗତ ଜଣାଇ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ନାଏକ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.