Odisha Link
Bridging the Missing Links in Odisha

ଡିସେମ୍ବର ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କଗୁଡିକ ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବନ୍ଦ ରହିଥାଏ। ଏହା ବ୍ୟତୀତ କୌଣସି ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ କରାଯାଏ। ମାତ୍ର ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ କରିବାର ଅଛି, ତେବେ ଜଲ୍‌ଦି ଶେଷ କରନ୍ତୁ। ପର୍ବପର୍ବାଣୀ ତଥା ସପ୍ତାହାନ୍ତ ଛୁଟି ଯୋଗୁଁ ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ଛୁଟି ରହିବ।

ଆସନ୍ତା ୧୨ ତାରିଖ ଅର୍ଥାତ୍‌ ଶନିବାର ଦିନ ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ। ୧୨ ଓ ୧୩ ତାରିଖ ଶନିବାର ରବିବାର କାରଣରୁ ବନ୍ଦ ରହିବ। ସେହିପରି ୧୭ ତାରିଖରେ ଲୋସଙ୍ଗ୍‌ ପର୍ବ ଓ ୧୯ ତାରିଖରେ ଡେଥ୍‌ ଆନିଭରସିରୀ ୟୁ ସୋ ଥମ୍‌ ପାଇଁ ୧୯ ତାରିଖରେ ଗୋଆ ଲିବରେସନ୍‌ ଡେ ଓ ପୁନଶ୍ଚ ୨୦ ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ।

ସେହିପରି ୨୪ ତାରିଖରେ କ୍ରିସ୍‌ମାସ୍‌ ଫେଷ୍ଟିଭାଲ୍‌ ଓ ୨୫ ତାରିଖ ବଡ ଦିନ ପାଇଁ ବନ୍ଦ ରହିବ। ୨୬ ତାରିଖ ଦିନ ଚତୁର୍ଥ ଶନିବାର ପାଇଁ ବନ୍ଦ ରହିବ। ୨୭ ତାରିଖ ରବିବାର ପଡୁଛି। ସେହିପରି ୩୦ ତାରିଖ ଦିନ ୟୁ କି ଅଙ୍ଗ୍‌ ନାଙ୍ଗଓ୍ବାହ ଓ ୩୧ ତାରିଖରେ ଇଅର୍ସ ଇଭ୍‌ ପାଇଁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆପଣମାନେ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଡିସେମ୍ବର ୧୨ ତାରିଖ ପୂର୍ବରୁ କରି ନିଅନ୍ତୁ।

ଓଡ଼ିଡଶାରେ ଡିସେମ୍ବର ମାସରେ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଡିସେମ୍ବର ମାସର ୬,୧୨,୧୩,୨୦,୨୫,୨୬, ଏଵଂ ୨୭ ବ୍ୟାଙ୍କ ବନ୍ଦ ରହିବ।

Comments are closed.