Odisha Link
Bridging the Missing Links in Odisha

ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୫° ତଳେ, ଆହୁରି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୨ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଫୁଲବାଣୀ ଓ ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ, ଆନୁଗୁଳରେ ୧୨ ଡିଗ୍ରୀ ସେଲସିୟସ, ଝାରସୁଗୁଡାରେ ୧୩.୨ ଡିଗ୍ରୀ ସେଲସିୟସ, ଭବାନୀପାଟନାରେ ୧୩.୫ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ ୧୪.୫ ଡିଗ୍ରୀ ସେଲସିୟସ ଏବଂ କୋରାପୁଟରେ ୧୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ବରିପଡାରେ ୧୪.୯ ଡିଗ୍ରୀ ସେଲସିୟସ, ବଲାଙ୍ଗୀରରେ ୧୫ ଡିଗ୍ରୀ ସେଲସିୟସ ତାପମାତ୍ର ଥିଲା।ଭୁବନେଶ୍ୱର ଏବଂ କଟକ ସହରରେ ସର୍ବନିମ୍ନ ତାପମାତ୍ରା ୧୬.୨ ଏବଂ ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦୁଇ ଦିନ ମଧ୍ୟରେ ଶୀତର ପ୍ରକୋପ ଆହୁରି ବଢିବ।

Comments are closed.