Odisha Link
Bridging the Missing Links in Odisha

ଏଣିକି ହ୍ବାଟସଆପ ଜରିଆରେ ବୁକ୍‌ କରି ହେବ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଗ୍ୟାସର ହୋମ‌ଡେଲିଭରି ବ୍ୟବସ୍ଥା ନଭେମ୍ବର ୧ରୁ ବଦଳି ଯାଇଛି। ବିନା ଓଟିପିରେ ଏଲପିଜି ସିଲିଣ୍ଡର ଡେଲିଭରି ହେବ ନାହିଁ। ଏଣିକି ଗ୍ରାହକମାନେ ହ୍ବାଟସଆପ ଜରିଆରେ ବି ସିଲିଣ୍ଡର ବୁକିଂ କରିପାରିବେ।

୧. ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ନୂତନ ନମ୍ବର ୭୭୧୮୯୫୫୫୫୫ କୁ କଲ କରି ଏଲପିଜି ସିଲିଣ୍ଡର ବୁକ୍ କରିପାରିବେ। ଏତଦ ବ୍ୟତୀତ ହ୍ବାଟସ ଆପରେ ବି ବୁକିଂ କରାଯାଇପାରିବେ।

୨. ହ୍ବାଟସ ଆପରେ ଆପଣ ‘REFILL’ ଟାଇପ୍ କରନ୍ତୁ ଏବଂ ଏହାକୁ ୭୫୮୮୮୮୮୮୨୪ କୁ ପଠାନ୍ତୁ । ଗ୍ରାହକଙ୍କୁ କେବଳ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ଏହି ମେସେଜ ପଠାଇବାକୁ ପଡ଼ିବ।

ଜାଣନ୍ତୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାର ପାଞ୍ଚଟି ଭିନ୍ନ ଉପାୟ

୧. ଗ୍ୟାସ୍ ଏଜେନ୍ସି କିମ୍ବା ବିତରକଙ୍କ ସହିତ କଥା ହୋଇ ଆପଣ ସିଲିଣ୍ଡର ବୁକ କରି ପାରିବେ।

୨.ମୋବାଇଲ୍ ନମ୍ବରକୁ କଲ କରି ସିଲିଣ୍ଡରର ହୋମ ଡେଲିଭରି କରି ପାରିବେ।

୩. https://iocl.com/Products/Indanegas.aspx ୱେବସାଇଟକୁ ଯାଇ ସିଲିଣ୍ଡରର ଅନଲାଇନ୍ ବୁକିଂ କରି ହେବ।

୪. କମ୍ପାନିର ହ୍ବଟାସ ଆପ୍ ନମ୍ବରରେ ମେସେଜ କରି ସିଲିଣ୍ଡରର ହୋମ ଡେଲିଭରି କରି ପାରିବେ।

୫. ଇଣ୍ଡେନ ଆପ୍ ଡାଉନଲୋଡ୍ କରି ଗ୍ୟାସ ବୁକ କରି ପାରିବେ ଗ୍ରାହକ।

Comments are closed.