Odisha Link
Bridging the Missing Links in Odisha

କାର୍ତ୍ତିକ ବୁଡ଼ ବେଳେ ଭାଲୁ ଆକ୍ରମଣ

କେନ୍ଦୁଝର: କାର୍ତ୍ତିକ ବୁଡ଼ ପକାଇ ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଝାଲିଆପଡ଼ା ଗାଁରେ। ଭାଲୁ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଗୁରୁତର ବ୍ୟକ୍ତିଜଣଙ୍କ ଝାଲିଆପଡ଼ା ଗାଁର ଅନ୍ତର୍ଯ୍ୟାମୀ ମହାନ୍ତ ବୋଲି ଜଣାପଡିଛି।

ସୂଚନା ମୁତାବକ, ଅନ୍ତର୍ଯ୍ୟାମୀ ଗାଁ ନିକଟ ନାଳକୁ କାର୍ତ୍ତିକ ବୁଡ଼ ପକାଇବାକୁ ଯାଇଥିବା ବେଳେ ଗାଁ ପାଖ ଜଙ୍ଗଲରୁ ୨ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ବ୍ୟକ୍ତିଙ୍କ ଆଖି ଓ ମୁଣ୍ଡରେ ଗଭୀର କ୍ଷତ ଲାଗିଛି।

ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି। ପରେ ଅନ୍ତର୍ଯ୍ୟାମୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

Comments are closed.