ଟେଲି କଳାକାର ଦିବ୍ୟା ଭଟନାଗର ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ଟେଲି କଳାକାର ଦିବ୍ୟା ଭଟନାଗର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସେ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଗୁଲାବୋ ଭୂମିକାରେ ଅଭିନୟ କରୁଥିଲେ।ଦିବ୍ୟା କରୋନାଟେଷ୍ଟକରିବା ପରେ ତାଙ୍କର ପଜେଟିଭ ଆସିଥିଲା।
ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଛି।ଦିବ୍ୟା ଶଶି-ସୁମିତ ପ୍ରଡକ୍ସନ ହାଉସର ଟିଭି ଶୋ ‘ତେରା ୟାର ହୁଁ ମେଁ’ରେ କାମ କରୁଛନ୍ତି। ଏହି ପ୍ରଡକ୍ସନ୍ ହାଉସ୍ ଦିବ୍ୟାଙ୍କ ଚିକିତ୍ସାରେ ଆର୍ଥିକ ସାହାଯ୍ୟ କରୁଛି।
ଦିବ୍ୟାଙ୍କ ମା ଏକ ସାକ୍ଷାତକାରରେ କହିଥିଲେ ଯେ,ଦିବ୍ୟାଙ୍କ ଶରୀରର ତାପମାତ୍ରା ଗତ ୬ଦିନରୁ ବଢ଼ିଥିଲା। ତାଙ୍କୁ ଅସ୍ଥିର ଲାଗିଥିଲା। ସେ ଦିଲ୍ଲୀରୁ ଆସିଥିଲେ ଏବଂ ଘରୁ ଏକ ଅକ୍ସିମିଟର ନେଇ ଆସିଥିଲେ। ତାଙ୍କ ଅକ୍ସିଜେନ୍ ସ୍ତର ଚେକ୍ କରିବାରୁ ଏହା ଯଥେଷ୍ଟ ହ୍ରାସ ପାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ କୋଭିଡ ଟେଷ୍ଟ୍ ପଜିଟିଭ ଆସିଛି।
ଦିବ୍ୟା ସୋସିଆଲ୍ ମିଡିଆରେ ଏକ ଭିଡିଓ କଲ୍ର ସ୍କ୍ରିନଶର୍ଟ କରି ଲେଖିଛନ୍ତି ଯେ ,‘ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଆପଣ ସମସ୍ତଙ୍କୁ ବହୁତ ପ୍ରେମ।’ ସ୍କ୍ରିନଶର୍ଟରେ ହସ୍ପିଟାଲର ବେଡରେ ଶୋଇଥିବା ଦିବ୍ୟାଙ୍କୁ ମାସ୍କ ପିନ୍ଧିଥିବା ଦେଖାଯାଉଛି।
ଦିବ୍ୟା ‘ୟେ ରିସ୍ତା କ୍ୟା କେହଲାତା ହେ’ ଏବଂ ‘ତେରା ୟାର ହୁଁ ମେଁ’ ବ୍ୟତୀତ ଦିବ୍ୟା ‘ସଂସ୍କାର’, ‘ଉଡ଼ାନ’,‘ଜିତ ଗଇ ତୋ ପିୟା ମେରେ’ ଏବଂ ‘ବିଷ’ ଭଳି ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି।
Comments are closed.