Odisha Link
Bridging the Missing Links in Odisha

ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ତାଲିକା ଦେଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳ ଦୂରେଇ ଦେଇଥିଲା ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ ତାଙ୍କ ବିରୋଧରେ କ’ଣ ଜନବିରୋଧୀ କାର୍ଯ୍ୟର ଅଭିଯୋଗ ରହିଛି ବୋଲି ଦଳକୁ ପାଲଟା ପ୍ରଶ୍ନ କରିଥିଲେ ପ୍ରଦୀପଙ୍କ ପତ୍ନୀ। ଏ ନେି ବିଜେଡି ପକ୍ଷରୁ ଏକ ଲମ୍ବା ଅଭିଯୋଗ ଫର୍ଦ୍ଦ ଗଣମାଧ୍ୟମ ଉଦ୍ଦେଶ୍ୟରେ ଦିଆଯାଇଛି।

ଦଳ ମୁଖପାତ୍ର ଲେନିନ୍‌ ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ଗୋପାଳପୁରରେ କରୋନା ସ୍ଥିତି ଭୟଙ୍କଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ କରି ମଉଜ କରୁଥିଲେ। ପ୍ରଦୀପ ଖର୍ଚ୍ଚ କରିଥିବା ଅର୍ଥ କାହାର ଓ କେଉଁଠୁ ଆଣିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ଏହା ହିଁ ସବୁଠୁ ବଡ଼ ଜନବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦଳ ଅଭିଯୋଗ କରିଛି ଯେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ୨୧ ବର୍ଷର ପୁଅ ତଥା ନିଜର ଭାବି ଜ୍ବାଇଁଙ୍କୁ ଟାଟା କମ୍ପାନୀର ମିଛ ପରିଚାଳନା ନିର୍ଦ୍ଦେଶକ ସଜାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଭାବି ଜ୍ବାଇଁଙ୍କୁ ଟାଟା କମ୍ପାନୀର ଏମ୍‌ଡି ପରିଚୟ ଦେଇ ନିଜ ନିର୍ବାଚନ ମଣ୍ଡଳିରେ ଗରିବ ଲୋକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ବିସ୍ଥାପିତ ଲୋକଙ୍କୁ ଚାକିରି ଦେବେ କହି ଠକିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏ ସବୁ ଧରାପଡ଼ିବା ପରେ ବି ଏବେ ନିର୍ଲଜ ପରି ପ୍ରଦୀପ ନିଜର ଭାବି ଜ୍ବାଇଁଙ୍କୁ ଟାଟା କମ୍ପାନୀର ଅସଲ ଏମ୍‌ଡି କହୁଛନ୍ତି ବୋଲି ଶ୍ରୀ ମହାନ୍ତି ତାତ୍ସଲ୍ୟ କରିଛନ୍ତି।

ଓଡ଼ିଶାବାସୀଙ୍କୁ ମିଛ କହୁଥିବା ଲୋକର ଦଳରେ ଆଦୌ ସ୍ଥାନ ନାହିଁ ବୋଲି ବିଜେଡି କହିଛି।

Comments are closed.