ଦେଶରେ କରୋନା: ୩୧ ହଜାର ୧୧୮ ନୂଆ ସଂକ୍ରମଣ ଚିହ୍ନଟ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ଭାରତରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷକୁ ବୃଦ୍ଧି ପାଇଛି। ଏହା ସହ ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୯୪୬୨୮୦୯ ରେ ପହଞ୍ଚିଛି। ଏହା ମଧ୍ୟରୁ ୪୩୫୬୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୭୬୨୧ କୁ ବୃଦ୍ଧି ପାଇଛି। ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୮,୮୯୫୮୫ ରେ ପହଞ୍ଚିଛି।
ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ୩୧ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୪.୬୭ ଲକ୍ଷ ଟପିଯାଇଛି। ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ଟପିଯାଇଛି। ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି।
Comments are closed.