Odisha Link
Bridging the Missing Links in Odisha

ସରକାରଙ୍କ ସହ ଆଲୋଚନା କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ପଞ୍ଜାବ ଓ ହରିୟାଣା କୃଷକ ସଙ୍ଗଠନ। ତାଙ୍କର ଏହି ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି। ଗତ କାଲି ରାତିରେ କେନ୍ଦ୍ର ସରକାରଙ୍କ ଆମନ୍ତ୍ରଣକ୍ରମେ ଆଜି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହି ଆଲୋଚନା ପୂର୍ବରେ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ମତଭେଦ ଦେଖାଦେଇଛି। କେତେକ ସଂଗଠନ ଆଲୋଚନା ପାଇଁ ରାଜି ହୋଇଥିବାବେଳେ ଆଉ କେତେକ ଏଥିପାଇଁ ମନାକରିଦେଇଛନ୍ତି।

ପଞ୍ଜାବ କିଷାନ ସଂଘର୍ଷ କମିଟିର ମହାସଚିବ ସୁଖବିନ୍ଦର ସିଂ ସବରାନ କହିଛନ୍ତି ଯେ ଦେଶରେ ପ୍ରାୟ ୫୦୦ କୃଷକ ସଂଗଠନ ଥିବାବେଳେ ସରକାର ମାତ୍ର ୩୨ଟି ସଂଗଠନକୁ ଆଲୋଚନା ପାଇଁ ଡାକିଛନ୍ତି।ସରକାର ସବୁ ସଂଗଠନକୁ ନ ଡାକିବା ପର୍ଯ୍ୟନ୍ତ ଆଲୋଚନାରେ ଭାଗ ନିଆଯିବ ନାହିଁ ବୋଲି ସେ କହିଛନ୍ତି।

Comments are closed.