Odisha Link
Bridging the Missing Links in Odisha

ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ ପହଞ୍ଚାଇଲେ ସବ୍ୟସାଚୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର। ସମାଜସେବା ଦିଗରେ ସବ୍ୟସାଚୀ ସର୍ବଦା କାର୍ଯ୍ୟରତ। ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ ପହଞ୍ଚାଇଲେ ସବ୍ୟସାଚୀ। ମାନସିକ ପୂରଣ ଲାଗି ମା’ ତାରିଣୀଙ୍କ ପାଖରେ ଭକ୍ତମାନେ ପ୍ରତିଦିନ ନଡ଼ିଆ ଯାଚିଥାନ୍ତି। କେହି କେହି ମା’ଙ୍କ ପାଖକୁ ନଡ଼ିଆକୁ ନିଜେ ନେଇ ଯାଆନ୍ତି ତ ଆଉ କେହି ବସ୍‌ ଓ ଟ୍ରକରେ ମା’ଙ୍କ ପାଖକୁ ପଠାଇ ଥାଆନ୍ତି। କିନ୍ତୁ କରୋନା ପାଇଁ ବିଗତ ୮ମାସ ହେବ ମା’ଙ୍କ ପାଖକୁ ମାନସିକ ନଡ଼ିଆ ଗୁଡ଼ିକ ଯାଇପାରୁନଥିଲା।

ସେପଟେ ନଡ଼ିଆ ଗୁଡ଼ିକ ରାସ୍ତାରେ ପଡ଼ି ରହି ସହରର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାରେ ଲାଗିଥିଲା। କିଛି ନଡ଼ିଆରୁ ଗଜା ବାହାରି ଥିବା ବେଳ ଆଉ କିଛି ପଚିଯାଇ ଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା।ଗାଡ଼ି ଚାଲୁନଥିବାରୁ ମାନସିକ ନଡ଼ିଆ ଗୁଡ଼ିକ ନିର୍ଦ୍ଦିଷ୍ଟ କିଛି ଷ୍ଟପେଜ୍‌ ଯେପରିକି ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନ, ଚଣ୍ଡିଖୋଲ, ପାଣି କୋଇଲିରେ ପଡ଼ିରହିଥିଲା।

ଯାହାକୁ ଅଭିନେତା ସବ୍ୟସାଚୀ ଦେଖି ମା’ ତାରିଣୀଙ୍କ ପାଖକୁ ପଠାଇବା ଲାଗି ଚିନ୍ତା କରିଥିଲେ। ଶେଷରେ ଅଟକିଥିବା ୩୫୦୦୦ ନଡ଼ିଆ (୩୦୦ ବସ୍ତା)କୁ ମଙ୍ଗଳବାର ଦୁଇଟି ଟ୍ରକ୍‌ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ ପହଞ୍ଚାଇ ଥିବାରୁ ସବ୍ୟସାଚୀ ଖୁବ୍‌ ଆନନ୍ଦିତ।

Comments are closed.