Odisha Link
Bridging the Missing Links in Odisha

ବର୍ଷକରେ ପ୍ରଦୀପଙ୍କ ଆକାଉଣ୍ଟରେ ଜମା ହୋଇଛି ଅଢେଇ କୋଟି

ଭୁବନେଶ୍ୱର: ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି। ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି। ବ୍ରହ୍ମପୁର କୋଟାପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦୀପଙ୍କର ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି। କିନ୍ତୁ ଗତବର୍ଷ ପ୍ରଦୀପ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିଲେ। ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ୧୦ ଲକ୍ଷ ଟଙ୍କାର ଆୟ ରହିଛି। ଏହି ବର୍ଷ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି।

ସୂଚନା ମିଳିଛି ଯେ, ରବୀନ୍ଦ୍ର ସାହୁ ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି। ୪ ମାସରେ ରବୀନ୍ଦ ସାହୁ ପ୍ରାୟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି। ସେହିପରି ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ତାଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା କରିଛି। ଏସ କେ ମହାରଣା ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଗୁରୁମୂର୍ତ୍ତି ଅଏଲ କମ୍ପାନୀ ପ୍ରାୟ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି।

ଦଳରୁ ବହିଷ୍କାର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜକୁ ସଚ୍ଚୋଟ ବୋଲି ପ୍ରମାଣ କରିବାକୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କହିଥିଲେ ଯଦି ଆକାଶଙ୍କ ଆକାଉଣ୍ଟରେ ପ୍ରକୃତରେ ୮ କୋଟି ଥାଏ ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେବେ। କିନ୍ତୁ ଭିଜିଲାନ୍ସର ତଦନ୍ତ ପରେ ୮କୋଟି ବା ୧୨ କୋଟି ନୁହେଁ ବରଂ ୧୪ କୋଟି ୭୭ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଥିବା ଜଣାପଡିଛି।

Comments are closed.