Odisha Link
Bridging the Missing Links in Odisha

ଛେଣ୍ଡିପଦାରେ ପୁଣି ସକ୍ରିୟ ହେଉଛି ଗଞ୍ଜେଇ ଚାଷ

ଛେଣ୍ଡିପଦା: ଦିନକୁ ଦିନ ଗଞ୍ଜେଇ ଚାଷ ବଢ଼ିବାରେ ଲାଗିଛି। ତେବେ ପୁଲିସ ଏହା ପ୍ରତି ଅଧିକ ସକ୍ରିୟ ହୋଇଛନ୍ତି। ଛେଣ୍ଡିପଦା ଥାନା ଭାଲିଆସର ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ, ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଆଜି ପ୍ରାୟ ଅଢେଇ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ୧୦ ଟାରେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଅବଦୁଲ ୱାଶିମ ଖାନ, ଅବକାରୀ ଇନିସ୍ପେକ୍ଟର କରୁଣା କର ତିୱାରୀ ସଦଳବଳେ ଚଢ଼ାଉ କରୁଛନ୍ତି। ଭାଲିଆସର ଗ୍ରାମ ନାଳର ଉଭୟ ପାର୍ଶ୍ବର ଜଙ୍ଗଲ ଓ ସରକାରୀ ଜମିରୁ ଅଢେଇ ହଜାର ପରିପକ୍ୱ ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି।

Comments are closed.