Odisha Link
Bridging the Missing Links in Odisha

ରାଜନୀତିରେ ନିଜର ନୂଆ ଦଳ ଗଠନ କରିବେ ରଜନୀକାନ୍ତ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପାଦ ଥାପିଲେ ରଜନୀକାନ୍ତ। ରାଜନୀତିରେ ସକ୍ରିୟ ରହିବା ପାଇଁ ନିଜର ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।

ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରଜନୀକାନ୍ତଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ବହୁ ଗୁରୁତ୍ଵ ବହନ ବୋଲି କୁହାଯାଉଛି। ରଜନୀକାନ୍ତ ସ୍ବଚ୍ଛ ରାଜନୀତିର ଭରସା ଦେଇ କହିଛନ୍ତି ଯେ, ତାଙ୍କ ପାର୍ଟି ୨୦୨୧ରେ ବିଧାନସଭା ନିର୍ବାଚନ ଲଢ଼ିବ ଏବଂ ବିଜୟୀ ହେବ। ଲୋକଙ୍କ ପ୍ରବଳ ସମର୍ଥନ ସହିତ ତାଙ୍କ ଦଳ ନିର୍ବାଚନରେ ବିଜୟୀ ହେବାରେ ସକ୍ଷମ ହେବ ବୋଲି ରଜନୀ କହିଛନ୍ତି।

ରଜନୀକାନ୍ତ ଟ୍ବିଟ୍‌ କରି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ନିଶ୍ଚିତ ରୂପେ ସ୍ବଚ୍ଛ ରାଜନୀତିର ଉଦୟ ହେବ। ପାର୍ଟିର ଶୁଭାରମ୍ଭ ବିଷୟରେ ଡିସେମ୍ବର ୩୧ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଗତ ସୋମବାର ସେ ନିଜ ସମର୍ଥକମାନଙ୍କ ସହିତ ଏକ ବୈଠକରେ ବିଚାରବିମର୍ଶ କରିଥିଲେ।

ବୈଠକ ପରେ ସେ କହିଥିଲେ ଯେ, ସେ ରାଜନୀତିରେ ପ୍ରବେଶ କରିବା ସମ୍ପର୍କରେ ନିଜର ନିଷ୍ପତ୍ତି ଖୁବ୍‌ଶୀଘ୍ର ଜଣାଇବେ। ସେ ରଜନୀ ମକ୍କଲ ମନ୍ଦ୍ରମ(ଆରଏମଏମ)ର ଜିଲା ସଚିବମାନଙ୍କୁ ଭେଟି ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିବା ନେଇ ମଧ୍ୟ ସେ କହିଛନ୍ତି।

Comments are closed.