Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଚାଷୀ ମୃତ

ଚୌଦ୍ବାର: ହାତୀ ଆକ୍ରମଣରେ ଜଣେ ଚାଷି ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଚୌଦ୍ବାର ନିକଟସ୍ଥ ଯାଜଭୈରବ ନୂଆଗାଁଠାରେ ଘଟିଛି। ମୃତକ ହେଲେ ଚୌଦ୍ବାର ପୌରପାଳିକାର ୧୨ ନଂ ୱାର୍ଡ଼ର ବୁଢ଼ାଲିଙ୍ଗ ଗ୍ରାମର ରତ୍ନାକର ବେ‌ହେରା। ଘଟଣାସ୍ଥଳରେ ବନ ବିଭାଗର ରେଞ୍ଜର, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ପହଞ୍ଚିଥିଲେ।

ସୂଚନା ଅନୁସାରେ, ରତ୍ନାକର ଆଜି ସକାଳୁ ବିଲକୁ ଧାନ କାଟିବାକୁ ଯାଇଥିଲେ। ସେଠାରେ ସେ ହାତୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଜଣାଇଥିଲେ। ଖବର ପାଇବା ମାତ୍ରେ ଚୌଦ୍ବାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟମନ୍ତ୍ରଣ କରିଥିଲେ।

ଗତକାଲି ରାତିରୁ ହାତୀପଲ ଗ୍ରାମରେ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇ ନ ଥିଲା। ଫଳରେ ଏଭଳି ଘଟଣା ଘଟିଛି। ଚାଷୀଙ୍କ ମୃତ୍ୟ ଲାଗି କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ।

Comments are closed.