Odisha Link
Bridging the Missing Links in Odisha

ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ତେନ୍ତୁଳିଖୁଣ୍ଟି: ନାବାଳିକାକୁ ଭୟଭୀତ କରି ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମରେ। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ଦୁଷ୍କର୍ମକାରୀ ଜଣଙ୍କ ବୀରେନ୍ଦ୍ର ଖୁରା (୨୫) ବୋଲି ଜଣାପଡିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ ଦୁଷ୍କର୍ମକାରୀ ବୀରେନ୍ଦ୍ର ଖୁରା ଗତ ୨୦୧୯ ଡିସେମ୍ବର ମାସ ୧୯ ତାରିଖ ରାତ୍ର ୯ ଘଣ୍ଟା ସମୟରେ ପୀଡିତାଙ୍କ ଘରକୁ ଆସି ଦୁଷ୍କର୍ମ କରିଥିଲା। ଏବଂ ଏ ବିଷୟରେ କାହାରିକୁ ଜଣାଇଲେ ନାବାଳିକାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏହା ପରେ ମଧ୍ୟ ନାବାଳିକା ବହୁବାର ଦୁଷ୍କର୍ମର ଶିକାର ହୋଇଥିଲା। ପୀଡ଼ିତା ଭୟରେ କାହାରିକୁ କିଛି ଜଣେଇନଥିଲା।

ପରିବାର ଲୋକେ ପରେ ଘଟଣା ସଂପର୍କରେ ଅବଗତ ହେବାରୁ ଗତକାଲି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ନେଇ ଥାନା ଅଧିକାରୀ ଶ୍ରୀ ନାୟକ ତଦନ୍ତ ଆରମ୍ଭ କରି ବୀରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଥୁବା ବେଳେ ଏସ.ଆଇ ପର୍ଶୁରାମ ସାହୁ କେଶର ଘଟଣାର ତଦନ୍ତ କରୁଛନ୍ତି।

Comments are closed.