Odisha Link
Bridging the Missing Links in Odisha

ପିିପିଇ କିଟ୍ ଓ ମାସ୍କ ଦୁର୍ନୀତି ମାମଲା: ପୁଣି ଲୋକାୟୁକ୍ତରେ ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ୱର: ପିିପିଇ କିଟ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। ପ୍ରାକ୍ତନ କ୍ରୟ କମିଟି ମୁଖ୍ୟ ଆଇଏଏସ ହେମନ୍ତ ଶର୍ମା ଓ ଔଷଧ ନିଗମ ଅଧ୍ୟକ୍ଷା ଆଇଏଏସ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି।

ଆଜି ଲୋକାୟୁକ୍ତରେ ପିିପିଇ କିଟ୍ ଓ ମାସ୍କ ଦୁର୍ନୀତି ମାମଲା ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା ରହିଛି। ପିିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ କୋଭିଡ୍ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର ରଖିଥିଲେ। କିନ୍ତୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଲୋକାୟୁକ୍ତ।

Comments are closed.