Odisha Link
Bridging the Missing Links in Odisha

ବତକ ହଜିଗଲା ବୋଲି ନାବାଳକଙ୍କୁ ପାଣିରେ ବୁଡାଇଲା ମାଲିକ

ଭଦ୍ରକ : ବତକ ହଜିଯିବାରୁ ନାବାଳକଙ୍କୁ ଗାଡିଆକୁ ଫିଙ୍ଗି ଦେଲେ ମାଲିକ। ଏବେ ଗୁରୁତର ଅବସ୍ଥାରେ ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଛି ୯ ବର୍ଷର ଶିଶୁ ସୁଶାନ୍ତ ଜେନା । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବରପଦି ଗାଁର ରବୀନ୍ଦ୍ର ନାୟକଙ୍କ ଘରେ ସୁଶାନ୍ତ କାମ କରୁଥିଲେ। ସେ ତାଙ୍କ ଫାର୍ମ ହାଉସରେ ମଧ୍ୟ କେଉଁଝର ଜିଲ୍ଲାର ୯ ବର୍ଷ ବୟସ୍କ ସୁଶାନ୍ତ ଜେନାଙ୍କୁ କାମ କରାଉଥିଲେ। ସେହି ଫାର୍ମ ହାଉସର ଗୋଟିଏ ବତକ ହଜି ଯାଇଥିଲା।

ବତକ ହଜି ଯିବାକୁ ନେଇ ସୁଶାନ୍ତଙ୍କୁ ମାଲିକ ରବୀନ୍ଦ୍ର ମଦ୍ୟପାନ କରି ପୋଖରୀକୁ ଫିଙ୍ଗି ଦେଇଥିଲେ। ପରେ ସୁଶାନ୍ତର ଚେତା ନଆସିବାରୁ ତାଙ୍କୁ ଘରକୁ ନେଇ ବିଷ ପିଆଇ ଦେଇଥିଲେ। ଗୁରୁତର ହେବାରୁ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି। ଅଭିଯୁକ୍ତ ମାଲିକ ମଧ୍ୟ ନାବାଳକ ନିକଟରେ ରହିଛନ୍ତି।

Comments are closed.