Odisha Link
Bridging the Missing Links in Odisha

ଲୁଟେରା ଗ୍ୟାଙ୍ଗ୍ ଠାବ କଲେ ପୁଲିସ

ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଦୁବୃତ। ତେବେ ପୁଲିସ ଭୁବନେଶ୍ୱରର ସହିଦନଗରରୁ ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି।  ଏହି ଘଟଣାରେ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ମୋବାଇଲ ଜବତ କରାଯାଇଛି।

ତେବେ ଚୋରା ମୋବାଇଲ୍ କିଣିଥିବା ୮୨ ଜଣଙ୍କୁ ତଦନ୍ତ ପରିସରକୁ ଅଣାଯିବ ବୋଲି କୁହାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାର ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Comments are closed.