Odisha Link
Bridging the Missing Links in Odisha

ବାୟୁସେନାର ପୋଷାକର ଗାରିମା କ୍ଷୁର୍ଣ୍ଣ, କ୍ଷମା ମାଗିଲେ ଅନିଲ୍ କପୁର ଓ ନେଟ୍‌ଫ୍ଲିକ୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ନିଜର ଆଗାମୀ ପ୍ରୋଜେକ୍ଟ ‘AK vs AK’ ରେ ବାୟୁସେନା ଅଧିକାରୀଙ୍କୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତା ଉପରେ ଆପତ୍ତି ପ୍ରକାଶ କରିଛି ବାୟୁସେନା। ବୁଧବାର ବାୟୁସେନା ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ‘ ଫିଲ୍ମରୁ ଏଭଳି ସିନ୍ ତୁରନ୍ତ ହଟାଯିବା ଉଚିତ।’

ସୂଚନା ଅନୁଯାୟୀ, ଅନଲାଇନ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏକ ପ୍ରୋଜେକ୍ଟ ଆସିବାକୁ ଯାଉଛି ଯାହାର ନାଁ ରହିଛି ‘AK vs AK’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନିଲ କପୁର ବାୟୁସେନା ୟୁନିଫର୍ମ ପିନ୍ଧିଥିବା ନଜର ଆସିଛନ୍ତି। ସିନରେ ଅନିଲ କପୁର ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ସହିତ ଅଛନ୍ତି ଏବଂ ଆପତ୍ତିଜନକ ଶବ୍ଦର ବ୍ୟବହାର କରୁଛନ୍ତି।

ଟ୍ରେଲର ରିଲିଜ ପରେ ବାୟୁସେନା ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛି ଯେ, ଭିଡିଓରେ ବାୟୁସେନା ପୋଷାକକୁ ଭୁଲ ଭାବରେ ବ୍ୟବହାର କରାଯାଇଛି ଏବଂ ଅପଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି। ଦେଶ ପାଇଁ ସେନା ପୋଷାକ ପିନ୍ଧୁଥିବା ଯବାନ ମାନଙ୍କ ପାଇଁ ଏହା ଠିକ ଚିତ୍ରଣ ନୁହେଁ। ଏଥିସହ ଏହି ସିନକୁ କାଟିବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଛି। ଏନେଇ ବାୟୁସେନା ବିଭାଗକୁ ଅନିଲ କପୁର ଟ୍ବିଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହିତ ନେଟ୍‌ଫ୍ଲିକ୍ସ ମଧ୍ୟ ଏହାକୁ ନେଇ ବାୟୁସେନାକୁ ଭୁଲ୍ ମାଗିଛି।

ଏହା ପୂର୍ବରୁ ଏମିତି ଅନେକ ଥର ବଲିଉଡର କୌଣସି ଫିଲ୍ମ ବା ୱେବ ସିରିଜରେ ଅଧିକାରୀଙ୍କୁ ୟୁନିଫର୍ମ ପିନ୍ଧି ଭୁଲ କାମ କରୁଥିବା ଦର୍ଶାଯାଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କିଛି ମାସ ପୂର୍ବରୁ ଏକତା କପୁରଙ୍କ ନିର୍ମିତି ୱେବ ସିରିଜରେ ସେନାର ୟୁନିଫର୍ମ ପିନ୍ଧି ଚରିତ୍ରକୁ ଭୁଲ ଭାବରେ ଦର୍ଶାଯାଇଥିଲା, ଯାହାକୁ ନେଇ ଏନେକ ବିବାଦ ସୃଷ୍ଟି ହୋଇଥିଲା।

Comments are closed.