Odisha Link
Bridging the Missing Links in Odisha

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା

ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଦୀର୍ଘ ଦିନ ଧରି ସ୍ବାଭିମାନ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କର ଫୋକସରେ ରହିଥିବା ସ୍ବାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି। ଏହି ଦୁଇଟି ବୋଟକୁ ଆଜି ଉଦଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଵାଇ.ବିଜୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଫୁଲ କୁମାର ନନ୍ଦ, ବିଡିଓ ଲରିମନ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବାକୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରଦାନ କରାଯାଇଛି।

ରାଜ୍ୟର କେନ୍ଦ୍ରାପଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ଏହି ୧୦୮ ଆମ୍ବୁଲେନସ ସେବା ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦୁଇଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି।