Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ଼: ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ଏହି ଅଭାବନୀୟ ଘଟଣାଟି ଦେବଗଡ଼ ରେଞ୍ଜ ଅନ୍ତର୍ଗତ ବାବୁରିକାନି ଗ୍ରାମରେ ଘଟିଛି। ମୃତକ ଜଣଙ୍କ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତ ବାବୁରିକାନି ଗ୍ରାମର କମାର କିଷାନ(୬୫)।

ସୂଚନା ଅନୁସାରେ, କମାର ଶୌଚ ନିମନ୍ତେ ଘର ପଛପଟେ ଥିବା ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲୀ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବରପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ସମୀର ତିର୍କୀ, ଦେବଗଡ଼ ରେଞ୍ଜର୍‌ ଦେବଦତ୍ତ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.