Odisha Link
Bridging the Missing Links in Odisha

ପୁଣି ନୟାଗଡ଼ରୁ ଶିଶୁ କନ୍ୟା ନିଖୋଜ

ନୟାଗଡ଼: ପରୀ ହତ୍ୟାର ତଦନ୍ତ ଜାରି ରହିଥିବା ବେଳେ ପୁଣି ଏକ ଅଭାବନୀୟ ଘଟଣା ସାମ୍ମନା ଆସିଛି। ନୟାଗଡ଼ରୁ ପୁଣି ଜଣେ ଶିଶୁ କନ୍ୟା ନିଖୋଜ। ଗତ କାଲି ଅପରାହ୍ନରେ ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ପରୀ ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ପରୀକୁ କିଏ ହତ୍ୟା କଲା ତାହାର ତଦନ୍ତ ଚାଲିଛି । ତେବେ ପୁଣି ନୟାଗଡରୁ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା । ସନ୍ଧ୍ୟା ହେବା ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ । ହରପ୍ରିୟା ହଠାତ ଗାଁ ଦାଣ୍ଡରୁ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।ଏନେଇ ସଞ୍ଜୟ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ ହରପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି ।

Comments are closed.