Odisha Link
Bridging the Missing Links in Odisha

କମ୍ବିଂ ଅପରେସନରେ ମହିଳା କ୍ୟାଡର ନକ୍ସଲ ନିହତ

ଫୁଲବାଣୀ: ପୁଲିସର ଗୁଳି ବିନୀମୟରେ ଜଣେ ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନାମିଳିଛି। ଏହା ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି। ସେ ଗଣମାଧ୍ୟକୁ ଦେଇଥିବା ସୂଚନା ଦେଇଛନ୍ତି , କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ଙ୍କ କମ୍ବିଂ ଅପରେସନ ବେଳେ ନିହତ।

ଏହି ସମୟରେ ନକ୍ସଲମାନେ ଗୁଳି ବର୍ଷଣ କରିଥିଲେ। ଫଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଏହାର ପାଲଟା ଜବାବ ଦିଆଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଏହାପରେ ଘଟଣାସ୍ଥଳ ତଦନ୍ତ କରାଯିବା ସମୟରେ ୟୁନିଫର୍ମରେ ଥିବା ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି।

ତାଙ୍କ ପରିଚୟ କିନ୍ତୁ ମିଳିପାରିନି।ଘଟଣାସ୍ଥଳରୁ ଗୁଳି ଓ ୨ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହାପରେ ଉକ୍ତ ଅଞ୍ଚଳରେ କମ୍ବି ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି। ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

Comments are closed.