Odisha Link
Bridging the Missing Links in Odisha

୨୩ରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ। ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର। ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି। ଏହା ସହ ସେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ଖୋଲିବା ନେଇ ସୁପାରିସ କରାଯିବ। ସରକାରଙ୍କ ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ।

ତେବେ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଏହା ସହ ସେ କହିଛନ୍ତି ଯେ, ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ। ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନର ଅନୁମତି ଦିଆଯିବ। ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ। ୩ ତାରିଖଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ।

ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ। ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର ଲଗାଇବା ଜରୁରୀ। ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ। ଜିଲ୍ଲା ବାହାର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡିବ । ୪୮ ଘଣ୍ଟା ମଦ୍ୟରେ ଟେଷ୍ଟ ହୋଇଥିବା ନେଗେଟିଭ ରିପୋର୍ଟ ଜରୁରୀ। ୬୫ ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯିବ। ୩ ତାରିଖଠାରୁ ପ୍ରତି ଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ପରେ ସଂଖ୍ୟା ଆଗକୁ ବଢାଯିବ।

Comments are closed.