Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୪୦୫ ସଂକ୍ରମିତ

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୮, ୬୮୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ସୁନ୍ଦରଗଡରୁ ସର୍ବାଧିକ ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଖୋର୍ଦ୍ଧାରୁ ୫୨, ଅନୁଗୁଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୂରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡାରୁ ୧୨, ଦେବଗଡରୁ ୧୧, ବାଲେଶ୍ଵରରୁ ୯, ନୂଆପଡାରୁ ୯, ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୧, ରାୟଗଡାରୁ ୧ ଓ ସୋନପୁରରୁ ୧ ଜଣେ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୦୨ରେ ପହଞ୍ଚିଛି।

Comments are closed.