Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୩୬୪ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୩ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୧୪୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇ ଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୨୫ ଜଣ, ବାଲେଶ୍ୱରରେ ୨୬, ବରଗଡ଼ରେ ୮, ଭଦ୍ରକରେ ୮, ବଲାଙ୍ଗିରରେ ୧୧, ବୌଦ୍ଧରେ ଜଣେ, କଟକରେ ୨୦, ଦେବଗଡ଼ରେ ଜଣେ, ଢେଙ୍କାନାଳରେ ୫, ଗଞ୍ଜାମରେ ୭, ଜଗତସିଂହପୁରରେ ୭, ଯାଜପୁରରେ ୯, ଝାରସୁଗୁଡ଼ାରେ ୨୫, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୧୪, କୋରାପୁଟରେ ଜଣେ, ମାଲକାନଗିରିରେ ୨, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୪, ନୟାଗଡ଼ରେ ଜଣେ, ନୂଆପଡ଼ାରେ ୭, ପୁରୀରେ ୧୫, ରାୟଗଡ଼ାରେ ୨ ଓ ସମ୍ବଲପୁରରେ ୧୦ ଜଣ , ସୁନ୍ଦରଗଡ଼ ୫୨ଜଣ,ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୩୩୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୧୮୨୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୩୪୫୭୦୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments are closed.