Odisha Link
Bridging the Missing Links in Odisha

ଟିଆରପି ଜାଲିଆତି ମାମଲା: ରିପବ୍ଲିକ୍‌ ଟିଭିର ସିଇଓଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ୍‌ ଟିଭି ନେଟଓ୍ବାର୍କର ସିିଇଓ ବିକାସ ଖାନଚନ୍ଦନୀ। ମୁମ୍ବାଇ ପୁଲିସ ଦ୍ବାରା ଦାଖଲ ହୋଇଥିବା ଟିଆରପି ଜାଲିଆତି ମାମଲାରେ ତାଙ୍କୁ ରବିବାର ଗିରଫ କରିଛି ପୁଲିସ। ଏହାପୂର୍ବରୁ ପୁଲିସ ତାଙ୍କୁ ବହୁବାର ପଚରାଉଚରା କରି ସାରିଛି। ସୂଚନାଥାଉକି, ଏକ ମାସ ତଳେ ନେଟଓ୍ବାର୍କ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଥିଲା ମୁମ୍ବାଇ ପୁଲିସ। ପରେ ଅର୍ଣ୍ଣବଙ୍କୁ କୋର୍ଟରୁ ଜାମିନ ମିଳିଥିଲା।

ସୂଚନାଥାଉକି, ବିକାସଙ୍କ ଗିରଫ ପୂର୍ବରୁ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଦ୍ବାରା ରିପବ୍ଲିକ୍‌ ଟିଭିର ୧୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ।

Comments are closed.