Odisha Link
Bridging the Missing Links in Odisha

ମୃତ୍ୟୁ ଏମିତି ବି ଆସେ, ଜନ୍ମଦିନରେ ଚାଲିଗଲା ଜୀବନ

କଳାହାଣ୍ଡି: ମୃତ୍ୟୁର ବୟସ ବା ସମୟ ନଥାଏ। ମୃତ୍ୟୁ କେତେବେଳେ ଆଉ କେମିତି ଆସେ ତାହା ସମସ୍ତଙ୍କୁ ଅଜଣା। ରବିବାର ଏକ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଭବାନୀପାଟଣା ଥାନା କୁଟ୍ରୁକମାର ଗାଁର ମାନସ ବେହେରା। ନିଜର ୨୧ ତମ ଜନ୍ମଦିନରେ ଚାଲିଗଲା ଜୀବନ। ବୟସ ବଢ଼ିବା ପରିବର୍ତ୍ତେ ଲିଭିଗଲା ଜୀବନ ଦୀପ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ା ବ୍ଲକ ବିଶ୍ୱନାଥପୁର ଥାନା ଧଅଁରଭାଟା ନିକଟରେ ଦୁର୍ଘଟଣା ଘଟିଛି ଯାହାଫଳରେ ଚାଲି ଯାଇଛି ତାଙ୍କ ଜୀବନ।

ମିଳିଥିବା ସୂଚନା ମୁତାବିକ, ଶନିବାର ସନ୍ଧ୍ୟା ସମୟରେ ମାନସ ବେହେରା(୨୦) ବିଶ୍ୱନାଥପୁରରୁ ଲାଞ୍ଜିଗଡ ପଟେ ଏକ ୟାମାହା ବାଇକ୍‌ରେ ଯାଉଥିବା ବେଳେ ଲାଞ୍ଜିଗଡ ପଟୁ ଆସୁଥିବା ଏକ ପିକଅପ୍ ମ୍ୟାଜିକ ଭ୍ୟାନ୍‌ ଧକ୍କା ଦେଇଥିଲା। ପିକଅପ୍ ମ୍ୟାଜିକ ମୁହାଁମୁହିଁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମୃତ ମାନସଙ୍କ ଶନିବାର ଦିନ ଜନ୍ମଦିନ ଥିଲା। ସନ୍ଧ୍ୟା ସମୟରେ ଲାଞ୍ଜିଗଡରେ ସେ କାମ କରୁଥିବା ଗ୍ୟାରେଜକୁ ଯାଉଥିଲେ। ଦୁର୍ଘଟଣା ସଂପର୍କରେ ଖବର ପୁଲିସ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ପିକଅପ୍ ମ୍ୟାଜିକ୍‌କୁ ଜବତ କରିବା ସହ ଡ୍ରାଇଭର ମୋହନ ହରିଜନ(୨୯)କୁ ଅଟକ ରଖିଥିବା ଜଣାପଡିଛି।

Comments are closed.