Odisha Link
Bridging the Missing Links in Odisha

ଘର ଉପରକୁ ମାଡ଼ିଗଲା ଟ୍ରକ, ୩ ଗୁରୁତର

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏନଏଚ-୨୦ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ଟ୍ରକ ମାଡିଯାଇଛି। ଫଳରେ ଘରେ ଥିବା ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି।

ପ୍ରକାଶ ଯେ, ଏକ ଦୃତଗାମୀ ଟ୍ରକ ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଚଢିଯାଇଥିଲା। ଏହି ଦୁର୍ଘଟଣାରେ ଘରେ ଶୋଇଥିବା ବାପା , ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ଗୁରୁତର ୩ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.