ଖୁବ ଶୀଘ୍ର ବଲିଉଡ଼ରେ ପାଦ ଥାପିବେ ସାଉଥ ସୁନ୍ଦରୀ ରଶ୍ମୀକା

ମୁମ୍ବାଇ: ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ନିଜର ଭିନ୍ନ ଅଭିନେୟରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି।ରଶ୍ମୀକା ନିଜ ଅଭିନୟ ପାଇଁ ବେଶ ଜଣାଶୁଣା।
ବଲିଉଡ଼ରେ ରଶ୍ମୀକାଙ୍କୁ ରାପର ବଦାଶାହାଙ୍କ ସହ ଦେଖିବାକୁ ମିଳିବ। ୟଶରାଜ ବ୍ୟାନରରେ ତିଆରି ହେବାକୁ ଥିବା ଏକ ମ୍ୟୁଜିକ ଭିଡିଓରେ ବାଦଶାହା ଏବଂ ରଶ୍ମୀକା ଏକାଠି ନଜର ଆସିବ।
କେବଳ ସେତିକି ନୁହଁ ନିକଟରେ ରଶ୍ମୀକା ଏହି ମ୍ୟୁଜିକ ଭିଡିଓ ପାଇଁ ଚଣ୍ଡିଗଡରେ ପହଞ୍ଚି ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି। ରଶ୍ମୀକା ଓବାଦଶାହାଙ୍କୁ ଦର୍ଶକ ପ୍ରଥମ କରି ଏକାଠି ଦେଖିବାକୁ ପାଇବେ