Odisha Link
Bridging the Missing Links in Odisha

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଜୁହିଙ୍କ କାନଫୁଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଡାଇମଣ୍ଡ ଇୟରରିଙ୍ଗ୍ ମୁମ୍ବାଇ ଏୟାରପୋର୍ଟରେ କେଉଁଠି ଖସି ପଡ଼ିଛି। ଏହାକୁ କୌଣସି ବ୍ୟକ୍ତି ଖୋଜି ଆଣିଲେ ତାଙ୍କୁ ପୁରସ୍କାର ଦେବା କଥା ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି।

ଜୁହି ଲେଖିଛନ୍ତି, ରବିବାର ସକାଳେ ମୁମ୍ବାଇ ଏୟାରପୋର୍ଟର ଗେଟ୍ ନମ୍ବର ୮ରାସ୍ତାରେ ଯାଇଥିଲି। Emirates Counterରେ ସେ ଚେକ୍ଇନ୍ କରିଥିଲେ,ସିକ୍ୟୁରିଟି ଚେକ୍ ହୋଇଥିଲା,କିନ୍ତୁ ତା ଭିତରେ ତାଙ୍କର ଡାଇମଣ୍ଡ ଇୟରରିଙ୍ଗ୍ କେଉଁଠି ଖସି ପଡ଼ିଥିଲା।

 

ଯଦି କେହି ସାହାଯ୍ୟ କରି ପାରିଲେ ତେବେ ସେ ବହୁତ ଖୁସି ହେବେ। ପୋଲିସକୁ ସୂଚନା ଦେଲେ ସେ ତାଙ୍କୁ ପୁରସ୍କାର ଦେବେ। ଏହା ତାଙ୍କ ମ୍ୟାଚିଂ ପିସ୍,ଯାହାକୁ ସେ ୧୫ବର୍ଷ ହେବ ସବୁବେଳେ ପିନ୍ଧି ଆସିଛନ୍ତି,ପ୍ଲିଜ୍ ଖୋଜିବାରେ ସାହାଯ୍ୟ କରନ୍ତୁ।’

ଏହି ପୋଷ୍ଟ୍ ରେ ଜୁହି ତାଙ୍କ ଇୟରରିଙ୍ଗର ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ନିଜ ହାତରେ ଇୟରରିଙ୍ଗ୍ ଧରିଛନ୍ତି। ଜୁହିଙ୍କ ଏହି ଇୟରରିଙ୍ଗ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Comments are closed.