Odisha Link
Bridging the Missing Links in Odisha

ନଦୀରେ ବୁଡି ଯୁବକ ନିଖୋଜ

ଢେଙ୍କାନାଳ: ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଘଟିଛି। ନିଖୋଜ ଯୁବକ ହେଲେ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିବା ଜଣାପଡିଛି। ଏହି ଘଟଣା ପରେ ଗ୍ରାମବାସୀ ନଦୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଆମ୍ବୁଜଙ୍କୁ ନଦୀରେ ଖୋଜଖୋଜି କରିବା ଜାରି ରଖିଛି ।

Comments are closed.